Jump to content
Wikimedia Meta-Wiki

ଟେକ/ସର୍ଭର ସୁଇଚ

From Meta, a Wikimedia project coordination wiki
< Tech
This page is a translated version of the page Tech/Server switch and the translation is 90% complete.
Outdated translations are marked like this.
Other languages:

Your wiki will be in read-only soon

ଏହି ସନ୍ଦେଶଟି ଅନ୍ଯ ଭାଷାରେ ପଢ଼ନ୍ତୁPlease help translate to your language

ଉଇକିମିଡ଼ିଆ ଫାଉଣ୍ଡେସନ ଏହାର ପ୍ରାଥମିକ ଏବଂ ମାଧ୍ୟମିକ ଡାଟା ସେଣ୍ଟର ମଧ୍ୟରେ ସୁଇଚ୍ ପରୀକ୍ଷା କରେ । ଉଇକିପିଡ଼ିଆ ଏବଂ ଅନ୍ୟ ଉଇକିମିଡ଼ିଆ ଉଇକିସବୁ ଏକ ବିପର୍ଯ୍ୟୟ ପରେ ମଧ୍ୟ ଅନଲାଇନ ରହିପାରିବେ ବୋଲି ଏହା ନିଶ୍ଚିତ କରିବ ।

୨୫ ସେପ୍ଟେମ୍ବରରେ ସବୁ ଟ୍ରାଫିକ ସୁଇଚ ଅନ ହେବ । ଏହି ପରଖ ୧୫:୦୦ UTC ବେଳେ ଆରମ୍ଭ ହେବ ।

ଦୁର୍ଭାଗ୍ୟବଶତଃ ମିଡ଼ିଆଉଇକିରେ ଥିବା କିଛି ସୀମାବଦ୍ଧତା ହେତୁ ସୁଇଚ ତିଆରି ହେବା ସମୟରେ ସମସ୍ତ ସମ୍ପାଦନା ବନ୍ଦ ହେବା ଜରୁରୀ । ଏହି ବାଧା ପାଇଁ ଆମେ କ୍ଷମା ମାଗୁଛୁ ଏବଂ ଭବିଷ୍ୟତରେ ଏହାକୁ କମାଇବା ପାଇଁ ଆମେ କାମକରୁଛୁ ।

ଏହି ପରିଚାଳନାର ୩୦ ମିନିଟ ଆଗରୁ ସବୁ ଉଇକିରେ ଏକ ଘୋଷଣାନାମା ଜାରୀ କରାଯିବ । This banner will remain visible until the end of the operation.

ଆପଣ ସ୍ୱଳ୍ପ ସମୟ ପାଇଁ ସମସ୍ତ ଉଇକିରେ ପଢ଼ିପାରିବେ କିନ୍ତୁ ସମ୍ପାଦନା କରିପାରିବେ ନାହିଁ ।

  • ବୁଧବାର ୨୫ ସେପ୍ଟେମ୍ବର ୨୦୨୪ ଦିନ ଆପଣ ଏକ ଘଣ୍ଟା ପାଇଁ ସମ୍ପାଦନା କରିପାରିବେ ନାହିଁ ।
  • ଆପଣ ଏହି ସମୟରେ ସମ୍ପାଦନା ବା ସାଇତିବାକୁ ଚେଷ୍ଟାକଲେ ଏକ ତ୍ରୁଟି ସନ୍ଦେଶ ଦେଖିବେ । ଆମର ଆଶା ଯେ ଏହି ମିନିଟଗୁଡ଼ିକରେ କୌଣସି ସମ୍ପାଦନା ନଷ୍ଟ ହେବନାହିଁ କିନ୍ତୁ ଆମେ ଏହାର ଗ୍ୟାରେଣ୍ଟି ଦେଇପାରିବୁ ନାହିଁ । ଆପଣ ତ୍ରୁଟି ସନ୍ଦେଶଟିଏ ଦେଖିଲେ ଦୟାକରି ସବୁକିଛି ସାଧାରଣ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ତା'ପରେ ଆପଣ ନିଜର କାର୍ଯ୍ୟକୁ ସାଇତିପାରିବେ । ତେବେ ଆମର ପରାମର୍ଶ ହେଲା କାଳେ କିଛି ହେବ, ଆପଣ ପ୍ରଥମେ ନିଜ ପରିବର୍ତ୍ତନର ଏକ ନକଲ କରିଥିବେ ।

ଅନ୍ୟ ପ୍ରଭାବ:

  • ପଛରେ ଚାଲିଥିବା କାମ ହୁଏତ ଧୀର ହେବ ଏବଂ କିଛି ବନ୍ଦ ମଧ୍ୟ ହୋଇପାରେ । ନାଲି ଲିଙ୍କସବୁ ସାଧାରଣ ଭଳି ଅପଡେଟ ହୋଇନପାରେ । ଆପଣ ଆଗରୁ କେଉଁଠି ଯୋଡ଼ାହୋଇଥିବା ପ୍ରସଙ୍ଗଟିଏ ଗଢ଼ିଲେ ଲିଙ୍କଟି ସାଧାରଣଠାରୁ ଅଧିକ ସମୟ ନାଲି ହୋଇ ରହିବ । କେତେକ ଅଧିକ ସମୟ ଧରି ଚାଲିଥିବା ସ୍କ୍ରିପ୍ଟକୁ ବନ୍ଦ କରିବାକୁ ପଡ଼ିବ ।
  • ଆସନ୍ତା କେଇ ସପ୍ତାହରେ କୋଡ଼ ଚଳାହେବ ବୋଲି ଆଶାକରୁଛୁ । ତେବେ ପରିଚାଳନା ପାଇଁ ପରେ ଦରକାର ହେଲେ ଅବସ୍ଥା ଦେଖି କେତେକ କୋଡ଼କୁ ନିୟମିତ ଭାବେ ଅଚଳ କରାଯିବ ।
  • GitLab ୯୦ ମିନିଟ ପାଇଁ କାମ କରିବ ନାହିଁ ।

ଏହି ପ୍ରକଳ୍ପ ଦରକାର ପଡ଼ିଲେ ଘୁଞ୍ଚାଯାଇପାରେ । ଆପଣ wikitech.wikimedia.orgକୁ ଯାଇ ନିର୍ଘଣ୍ଟ ପଢ଼ିପାରିବେ । ସବୁ ବଦଳ ନିର୍ଘଣ୍ଟରେ ଘୋଷଣା କରାଯିବ ।

ଦୟାକରି ଏହି ସୂଚନା ଆପଣଙ୍କ ସମୁଦାୟର ବାକିମାନଙ୍କୁ ଜଣାନ୍ତୁ ।

User:Trizek (WMF) (talk)


AltStyle によって変換されたページ (->オリジナル) /